Odisha Link
Bridging the Missing Links in Odisha

ପହଲଗାମ୍‌ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସବୁ ଷ୍ଟେସନ୍‌ରେ ଫ୍ଲାଗ୍‌ ମାର୍ଚ

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଛି। ପହଲଗାମ୍‌ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ ଷ୍ଟେସନ୍‌ରେ RPF ପକ୍ଷରୁ ଫ୍ଲାଗ୍‌ ମାର୍ଚ କରାଯାଉଛି। ଭୁବନେଶ୍ବର ରେଲୱେ ଷ୍ଟେସନ୍‌ରେ RPF ପକ୍ଷରୁ ଫ୍ଲାଗ୍‌ ମାର୍ଚ କରାଯାଉଛି। ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ଜଣାଇବାକୁ ପରାମର୍ଶ ଦିଆଯାଉଛି। ମାଇକ ଜରିଆରେ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି।

ଭାରତର ଡିଜିଟାଲ ଷ୍ଟ୍ରାଇକ ଆରମ୍ଭ ହୋଇଛି। ପାକିସ୍ତାନ ସୋସିଆଲ ମିଡ଼ିଆ ଭାରତରେ ବ୍ୟାନ କରାଯାଇଛି। ଆଇଟି ମନ୍ତ୍ରଣାଳୟ ଅନୁରୋଧ କ୍ରମେ X ଏହି ନିଷ୍ପତି ନେଇଛି। ଏହା ସହ ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରାଯାଇଛି। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି। ବ୍ୟାନ କରାଯାଇଥିବା ୧୬ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲ ଭାରତ ବିରୋଧରେ ମିଥ୍ୟା ଖବର ଦେଖାଉଥିଲେ। ସମା ଟିଭି, ଡାଉନ, ଜିଓ ନ୍ୟୁଜ, ବୋଲ ନ୍ୟୁଜ ବ୍ୟାନ ପହଲଗାମ ଘଟଣା ପରେ ବିଭ୍ରାନ୍ତକର ଖବର ଦେଖାଉଥିଲେ। ଗୃହ ମନ୍ତ୍ରାଳୟର ସୁପାରିଶ କ୍ରମେ ବ୍ୟାନ କରାଯାଇଛି।

Leave A Reply

Your email address will not be published.