ଜମ୍ମୁ ଓ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଶୋକ ପ୍ରସ୍ତାବ ଆଗତ

ଓଏଲ୍ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ପହଲଗାମ ଘଟଣାକୁ ନେଇ ଦିନିକିଆ ଅଧିବେଶନ ଆରମ୍ଭ ହୋଇଛି। ଆତଙ୍କୀ ହମଲାରେ ମୃତକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିବାବେଳେ ଅଧିବେଶନ ଆରମ୍ଭରେ ଶୋକ ପ୍ରସ୍ତାବ ଆଗତ ହୋଇଛି।
ଅନ୍ୟପଟେ, ଭାରତ ସରକାର ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପାକିସ୍ତାନୀଙ୍କ ମେଡିକାଲ ଭିସାକୁ ମଧ୍ଯ ରଦ୍ଦ କରି ଦେଇଛନ୍ତି ଭାରତ ସରକାର। ଜଣେ ପରେ ଜଣେ ନେତା ଦେଶ ଛାଡିବାକୁ ଆରମ୍ଭ କଲେଣି। ପାକିସ୍ତାନର ପିପିପି ନେତା ବିଲାୱାଲ ଭୁଟ୍ଟୋ ଦେଶ ଛାଡିଛନ୍ତି। ପୂରା ବିଲାୱାଲ ଭୁଟ୍ଟୋଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି।
ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରିବାର ମଧ୍ୟ ଦେଶ ଛାଡି ପଳାୟନ କରିଛନ୍ତି। ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ନଦୀକୁ ନେଇ ଚୁକ୍ତି ଶେଷ ହୋଇଥିବା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହାପରେ ବିଲାୱାଲ ଭୁଟ୍ଟୋ ଭାରତକୁ ଆକ୍ରମଣ ପାଇଁ ଧମକ ଦେଇଥିଲେ। ଏବେ ଦେଶ ଛାଡି ପଳାଇଥିବା କଥା ସାମ୍ନାକୁ ଆସୁଛି।
କେନ୍ଦ୍ର ସରକାର ୧୨ ସର୍ଟ-ଟର୍ମ ଭିସାଧାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ମେଡିକାଲ ଭିସାଧାରୀଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଗତ ଦୁଇ ଦିନରେ ୫୩୭ ପାକିସ୍ତାନୀ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି। ଏପର୍ଯ୍ୟନ୍ତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି । ମହାରାଷ୍ଟ୍ରରେ ପାଖାପାଖି ୧ ହଜାର ପାକିସ୍ତାନୀ ନାଗରିକ ସର୍ଟ-ଟର୍ମ ଭିସାରେ ଥିଲେ। ଭାରତରୁ ୬୨୯ ଭାରତୀୟ ନାଗରିକ ପାକିସ୍ତାନରୁ ଫେରୁଛନ୍ତି। ଏଥିରେ ୧୩ ଜଣ କୁଟନୀତିଜ୍ଞ ଓ ଅଧିକାରୀ ସାମିଲ ଅଛନ୍ତି।