Odisha Link
Bridging the Missing Links in Odisha

ପାକିସ୍ତାନୀ ଭାରତ ଛାଡିବା ପ୍ରସଙ୍ଗ: ଆଜି ସମୟସୀମା ଶେଷ

ଓଏଲ୍‌ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ କୂଟନୈତିକ ପ୍ରହାର ଜାରି ରଖିଛି। ପାକିସ୍ତାନୀଙ୍କ ପାଇଁ ଭାରତ ଜାରି କରିଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି ବୋଲି ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

କେବଳ ମେଡିକାଲ ଭିସା ୨୯ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ବୋଲି କୁହାଯାଇଥିବାବେଳେ ଆଜି ଶେଷ ଦିନ। ଯେଉଁ ଭାରତୀୟ ନାଗରିକମାନେ ବର୍ତ୍ତମାନ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଯଥାଶୀଘ୍ର ଭାରତ ଫେରିବାକୁ କୁହାଯାଇଛି। ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରିବା ଓ ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାରି ଭିତରେ ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବା ପାଇଁ ଆଜି ହେଉଛି ଶେଷ ତାରିଖ।

ପୂର୍ବରୁ ସାର୍କ ଭିସାଧାରୀଙ୍କ ପାଇଁ ଏପ୍ରିଲ ୨୬ ତାରିଖ ଡେଡଲାଇନ୍ ଥିବା ବେଳେ ଆଜି ମେଡିକାଲ ଭିସାଧାରୀଙ୍କ ପାଇଁ ସମୟସୀମା ସରୁଛି। ଯେହେତୁ ଆଜି ଡେଡଲାଇନ୍ ସରୁଛି, ତେଣୁ ପାକିସ୍ତାନ ନାଗରିକ ଭାରତ ନଛାଡ଼ିଲେ ଭୋଗିବେ ଦଣ୍ଡ।  ପାକିସ୍ତାନୀଙ୍କ ବିରୋଧରେ ଇମିଗ୍ରେସନ ଓ ଫରେନର୍ସ ଆକ୍ଟ-୨୦୨୫ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଶ ନଛାଡ଼ିଲେ ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡ଼ିପାରେ।

Leave A Reply

Your email address will not be published.