Odisha Link
Bridging the Missing Links in Odisha

କାଲି ଉଦଘାଟନ ହେବ ଦୀଘା ଜଗନ୍ନାଥ ମନ୍ଦିର, କଡ଼ା ଚେତାବନୀ ଦେଲା ମହାସୁଆର ନିଯୋଗ

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଠାରୁ ମାତ୍ର ୨ କିମି ଦୂର ପଶ୍ଚିମବଙ୍ଗ ନିଉ ଦୀଘା ରେଳଷ୍ଟେସନ ନିକଟରେ ୨୦ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ନୂତନ ଅନ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ଶେଷ ହୋଇଛି। ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟାରେ ଏହି ନୂତନ ଜଗନ୍ନାଥ ମନ୍ଦିରରେ ଭଗବାନ ବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନଥଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି। ଏଥି ଲାଗି ପୁରୀ ଶ୍ରୀମନ୍ଦିରରୁ ଦଇତାପତି ଓ ପଣ୍ଡିତ ମାନେ ଦୀଘା ଜଗନ୍ନାଥ ମନ୍ଦିରକୁ ଆସି ସମସ୍ତ ଦିବ୍ୟ ଓ ଭବ୍ୟ କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରିବାକୁ ନେଇଁ ଦୀଘା–ଶଙ୍କରପୁର ଉନ୍ନୟନ ପରିଷଦ ଓ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି।

ଏହା ପରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଚେତାବନୀ ଦେଇଛି। ଦୀଘା ଜଗନ୍ନାଥ ମନ୍ଦିର ଗଲେ ବାସନ୍ଦ କରାଯିବ। ପ୍ରତିଷ୍ଠା ଦିନ ରୋଷ କାର୍ଯ୍ୟରେ କେହି ସହଯୋଗ କରିବେନି। ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ନିର୍ଦ୍ଦେଶନାମା ଲଗାଇଲା ନିଯୋଗ। ଯୋଗ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ନିଯୋଗ। ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ଦସ୍ତଖତରେ ସୂଚନା ଜାରି ହୋଇଛି।

Leave A Reply

Your email address will not be published.