Odisha Link
Bridging the Missing Links in Odisha

ଓଜେଇଇ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ’୨ରୁ ପରୀକ୍ଷା ଆରମ୍ଭ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ମେ ୨ ତାରିଖରୁ ଓଜେଇଇ ଆରମ୍ଭ ହୋଇ ମେ ୧୨ ଯାଏଁ ଚାଲିବ। ୩ଟି ସିଫ୍ଟରେ ଓଜେଇଇ ପରୀକ୍ଷା ହେବ। ପ୍ରଥମ ସିଫ୍ଟ ସକାଳ ୮ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ, ଦ୍ବିତୀୟ ସିଫ୍ଟ ଦିନ ୧୨ଟା ୩୦ରୁ ଦିନ ୨ଟା ୩୦ ଯାଏଁ, ତୃତୀୟ ସିଫ୍ଟ ଅପରାହ୍ନ ୪ଟା ୩୦ରୁ ୬ଟା ୩୦ ଯାଏଁ ଚାଲିବ। ମେ’ ୨ରେ ୩ଟି ଯାକ ସିଫ୍ଟରେ ବି.ଫାର୍ମା ପ୍ରବେଶିକା ପରୀକ୍ଷା ହେବ। ମେ’ ୩ର ୧ମ ସିଫ୍ଟରେ ବି.ଫାର୍ମା, ଏଲ୍‌ଇ ଫାର୍ମା ଏବଂ ୨ୟ ଓ ୩ୟ ସିଫ୍ଟରେ MBA , ମେ’ ୫ରେ ଏଲ୍‌ଇ. ଟେକ୍, ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ, ବି.କାଟ୍‌ର ପ୍ରବେଶିକା ପରୀକ୍ଷା ହେବ।

Leave A Reply

Your email address will not be published.