ଏମକେସିଜିରେ ରାଗିଂ ଅଭିଯୋଗ: କର୍ତ୍ତୃପକ୍ଷ କହିଲେ-ତଦନ୍ତ ପରେ ନିଆଯିବ ପଦକ୍ଷେପ

ଓଏଲ୍ ବ୍ୟୁରୋ: ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ହୋଇଛି। ମେଡିକାଲ ଭିଭାଗର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ହୋଇଥିବା ଟ୍ବିଟ୍ କରି ରୁଦ୍ରଙ୍କ ବାପା ରାଗିଂ ଅଭିଯୋଗ କରିଛନ୍ତି। ରୁଦ୍ରଙ୍କୁ ୪ର୍ଥ ବର୍ଷର ୨ ଛାତ୍ର ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ରୁଦ୍ରଙ୍କ ମୁହଁ ସହ ବେକରେ ମାଡ଼ ଅଭିଯୋଗ ହୋଇଛି। ଏହା ପରେ ଏମକେସିଜି ରାଗିଂ ଅଭିଯୋଗ ନେଇ DMET ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି, କଲେଜ ଡିନ୍ଙ୍କ ଦ୍ବାରା ଗଠନ ହୋଇଥିବା ୪ ଜଣିଆ ଟିମ୍ ତଦନ୍ତ କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀରେ ଆଉ ଏକ ଟିମ୍ ଗଠନ ହୋଇଛି। ଯାହା ରିପୋର୍ଟ ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ। ଆମ ପାଖକୁ ବି ରିପୋର୍ଟ ଆସିବ, ଆମେ ରାଜ୍ୟସରକାରଙ୍କୁ ଜଣାଇବୁ। ରାଂଗି ନହେବା ନେଇ କଲେଜରେ ସମସ୍ତ ପଦକ୍ଷେପ ନିଆଯାଉଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ରୁଦ୍ର ରାଉତଙ୍କୁ କ୍ୟାମ୍ପସ ପରିସରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କଲେଜର ଚତୁର୍ଥ ବର୍ଷ ଏମବିବିଏସର କିଛି ଛାତ୍ର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ରଦ୍ର ଲହୁଲହାଣ ହୋଇଥିଲେ। ଏନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।