ଆସନ୍ତାକାଲି ପବିତ୍ର ଶ୍ରୀ ପଞ୍ଚମୀ; ବିଦ୍ୟାଦାତ୍ରୀଙ୍କ ଆଗମନକୁ ନେଇ ଉତ୍ସବମୁଖର ଶିକ୍ଷାନୁଷ୍ଠାନ

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଉତ୍ସବମୁଖର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତ୍ରୀ ମା ସରସ୍ବତୀ ପୂଜା କରାଯାଏ। ଛାତ୍ରଛାତ୍ରୀମାନେ ମା ସରସ୍ବତୀଙ୍କ ଆରାଧନ କରିବେ। ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଥାନ୍ତି। ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି।
ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ। ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ। ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ ଓ ବୌଦ୍ଧ ଧର୍ମାବଲମ୍ବୀମାନେମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି। ଶ୍ରୀ ପଞ୍ଚମୀ ତିଥିରେ ନୂଆ ଭାବେ ଶିକ୍ଷା ଆରମ୍ଭ କରୁଥିବା କୁନି କୁନି ଶିଶୁଙ୍କୁ ଖଡ଼ି ଛୁଆଁ କରାଯାଇଥାଏ।