ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ମୃତ

ଓଏଲ୍ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଲିପୁର ଦୟାଲ ମାର୍କେଟରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟା ସମୟରେ ଅଲିପୁର ଦୟାଲ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଫ୍ୟାକ୍ଟ୍ରି ଭିତରେ କାମ ଚାଲିଥିବା ସମୟରେ ଅଚାନକ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା।
ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ କର୍ମଚାରୀମାନେ ତାହାକୁ ଆୟତ୍ତ କରିବା କି ବାହାରକୁ ଯିବାର ସୁଯୋଗ ପାଇନଥିଲେ। ଫଳରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ନିଆଁର ଶିକାର ହୋଇଥିଲେ। ଖବର ପାଇ ଦମକଳ ବାହିନୀର ୨୨ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ରାତି ୯ଟା ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ।