ଉତକ୍ଷେପଣ ହେବ ଇସ୍ରୋର ଇନ୍ସାଟ୍-3DS ସାଟେଲାଇଟ୍, ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ
![](https://www.odishalink.com/wp-content/uploads/2024/02/ISRO-750x430.jpeg)
ଓଏଲ୍ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା।ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ।ପାଣିପାଗ ସାଟେଲାଇଟ୍ ଇନସାଟ୍ ଥ୍ରୀଡି ଏସ୍ ଉତକ୍ଷେପଣ ପାଇଁ କାଉନଡାଉନ୍ ସରି ସରି ଆସୁଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶଧାୱନ୍ ସ୍ପେଶ୍ ସେଣ୍ଟରରୁ ଶନିବାର ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ ହେବ । ଯାହାର ନାଁ ରହିଛି ‘ନଟି ବୟ’।ଏହି ରକେଟ୍ GSLV ଭାବରେ ଜଣାଶୁଣା।
ଏହି ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି।
ଅନ୍ତରୀକ୍ଷରେ ସ୍ଥାପିତ ହେବାକୁ ଥିବା ଏହି INSAT-3DS ଉପଗ୍ରହ ହେଉଛି ତୃତୀୟ ପିଢିର ପାଣିପାଗ ସମ୍ବନ୍ଧୀୟ ଉପଗ୍ରହର ନୂତନ ମିଶନ୍। ଏହା ଭୁ-ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ। ‘ନଟି ବୟ’ର ଓଜନ ୨୨୭୪ କିଲୋଗ୍ରାମ ହୋଇଥିବା ସୂଚନା ମିଳିଛି।
ଏଥିସହ ଯଦି ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ହେବାର ଆଶଙ୍କା ଥାଏ, ତେବେ ଏହି ସାଟେଲାଇଟ୍ ମାଧ୍ୟମରେ ପୂର୍ବ ସୂଚନା ମିଳିପାରିବ।ଏହା ମାଧ୍ୟମରେ ଭାରତୀୟ ପାଣିପାଗ ବିଭାଗ ସଠିକ୍ ସୂଚନା ପାଇବାରେ ଆହୁରି ସକ୍ଷମ ହେବ। ବିଶେଷ କରି ସ୍ଥଳ ଭାଗ ଏବଂ ଜଳ ଭାଗ ଉପରେ ନଜର ରଖିବା ପାଇଁ ଇସ୍ରୋ ଏହାକୁ ଡିଜାଇନ୍ କରିଛି।