Odisha Link
Bridging the Missing Links in Odisha

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ମୁଖ୍ୟ ନିର୍ବାଚନ କମିଶନର

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନକୁ ନେଇ ଦେଇଛନ୍ତି ତାଜା ଅପଡେଟ୍। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ। ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏଥିସହ ରାଜ୍ୟର ସମସ୍ତ ଭୋଟର ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ କମିଶନର ଆହ୍ୱାନ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଜୁନ୍ ୨୪ ତାରିଖରେ ଓଡିଶା ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ନିର୍ବାଚନ ହେବା ନିହାତି ଆବଶ୍ୟକ। ଏଥିପାଇଁ କମିସନ ଗତକାଲି ରାଜ୍ୟର ତମାମ ରାଜନୈତିକ ଦଳ, ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ। ସେମାନଙ୍କଠୁ ମିଳିଥିବା ପରାମର୍ଶ ମୁତାବକ, କମିଶନ କାର୍ଯ୍ୟ କରିବେ ବୋଲି ରାଜୀବ କୁମାର ସୂଚନା ଦେଇଛନ୍ତି।

ଓଡ଼ିଶାରେ ୩.୩୨ କୋଟି ଭୋଟର ଅଛନ୍ତି। ସେମାନଙ୍କ ଭିତରୁ ୧.୬୮ କୋଟି ପୁରୁଷ ଭୋଟର ଥିବାବେଳେ, ୧.୬୩ କୋଟି ହେଉଛନ୍ତି ମହିଳା ଭୋଟର।ଖାଲି ସେତିକି ନୁହେଁ, ଏଥର ଭୋଟର ଲିଷ୍ଟରେ ୩୩୮୦ ଟ୍ରାନ୍ସଜେଣ୍ଡର ମଧ୍ୟ ରହିଥିବା ରାଜୀବ କୁମାର ସୂଚନା ଦେଇଛନ୍ତି।ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆସନ୍ତା ନିର୍ବାଚନରେ ୭.୫ ଲକ୍ଷରୁ ଅଧିକ ଯୁବ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ, ଯାହାକି ଓଡିଶାର ଯୁବ ଶକ୍ତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଲିଙ୍ଗଗତ ଅନୁପାତ ବୃଦ୍ଧିପାଇ ୯୭୨ରେ ପହଞ୍ଚିଛି।ମହିଳା ଭୋଟରଙ୍କ ସଂଖ୍ୟା ୩.୪ ଲକ୍ଷରେ ପହଞ୍ଚିଛି, ଯାହାକି ଗତ ୫ ବର୍ଷରେ ସର୍ବାଧିକ।ତେବେ ବିଭିନ୍ନ ବର୍ଗରଙ୍କ ଲୋକମାନଙ୍କୁ ମତଦାନକୁ ଉତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି।ଏଥିପାଇଁ ୪ ହଜାର ପିଙ୍କ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ କରାଯିବ।ସେହିପରି ୩ ଶହଟି ଦିବ୍ୟାଙ୍ଗଙ୍କ ଦ୍ୱାରା ଓ ୭ ଶହଟି ବୁଥ୍ ଯୁବକଙ୍କ ଦ୍ୱାରା ପରିଚାଳନା କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.