ଆଜି ଛତିଶା ନିଯୋଗ ବୈଠକ; ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଓଏଲ୍ ବ୍ୟୁରୋ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ନାଟମଣ୍ଡପ ମରାମତିକୁ ନେଇ ମଧ୍ୟ ଆଲୋଚନା ହେଵ।
ଅନ୍ୟପଟେ, ନାଟମଣ୍ଡପ ମରାମତିକୁ ନେଇ ପୂର୍ବରୁ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି। ଏପ୍ରିଲ ୩୦ ସୁଦ୍ଧା କାମ ସାରିବା ନେଇ ଆମିକସକ୍ୟୁରିଙ୍କୁ ମୌଖିକ ଅବଗତି କରାଯାଇଛି। ଏନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ନାଟମଣ୍ଡପ ମରାମତି ଆରମ୍ଭ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍ କ୍ୟୁରି ମରାମତି କାମର ଅନୁଧ୍ୟାନ କରିବେ। ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଆମିକସ୍ କ୍ୟୁରି ରିପୋର୍ଟ ଦେବେ।