ଖଣ୍ଡଗିରିରେ ଜନସମାଗମ; ଯାତ୍ରା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ

ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ ଖଣ୍ଡଗିରି ମେଳାରେ। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି। କଟକଣାମୁକ୍ତ ମେଳାର ଆୟୋଜନ ହେଉଥିବାରୁ ପ୍ରବଳ ଭିଡ ଜମିଛି।
ସେହିଭଳି ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇଛି। ଖଣ୍ଡଗିରି ଯାତ୍ରାରେ ଦର୍ଶକଙ୍କ ଖଚାଖଚ୍ ଭିଡ଼। ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ଦର୍ଶକ ଉତ୍ସାହିତ। ଖଣ୍ଡଗିରି ମେଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣା ପଡିଛି। ଅଶ୍ଳୀଳ ନୃତ୍ୟକୁ ନେଇ କଡ଼ା କଟକଣା ଜାରି କରାଯାଇଛି। ବିଏମସି ଜାରି କରିଥିବା କଟକଣା ଅନୁସାରେ, ଯାତ୍ରା ସମୟର ଯଦି ଅଶ୍ଳୀଳ ନୃତ୍ୟ ପରିବେଷଣ ହୁଏ, ତେବେ ଅଧାରୁ ଯାତ୍ରା ବନ୍ଦ କରାଯିବ।