ଏଣିକି ଓଡ଼ିଶାରେ ପ୍ରତିବର୍ଷ କରାଯିବ ବାଘ ଗଣନା: ପିସିସିଏଫ୍

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା। ରିପୋର୍ଟ ଅନୁସାରେ, ଓଡିଶାର ଜଙ୍ଗଲରେ ୩୦ଟି ବାଘ ଏବଂ ୮ ଛୁଆଙ୍କ ଉପସ୍ଥିତି ରହିଛି। ପୂର୍ବରୁ ୨୦ଟି ବାଘ ଥିବାବେଳେ ବର୍ତ୍ତମାନ ତାହା ବର୍ତ୍ତମାନ ବୃଦ୍ଧି ପାଇଛି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ ଦ୍ୱାରା ଖୁସି ବ୍ୟକ୍ତ କରିଛନ୍ତି। ତେବେ ଓଡ଼ିଶାରେ ପ୍ରତିବର୍ଷ ବାଘ ଗଣନା ହେବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।
କ୍ୟାମେରା ଟ୍ରାପ୍ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ନଜର ରହିବ। ଇନ୍ ବ୍ରିଡିଂ ଯୋଗୁଁ ଶିମିଳିପାଳରେ କଳାବାଘ ସଂଖ୍ୟା ବଢ଼ୁଛି। ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଛାଡ଼ିବାକୁ ଯୋଜନା କରାଯାଉଛି। ସାତକୋଶିଆରେ ବାଘ ଛଡ଼ାଯିବା ନେଇ ଯୋଜନା କରାଯିବ।