ନିଯୁକ୍ତି ପର୍ବ: ଉଚ୍ଚଶିକ୍ଷା ବିଭାଗର ୯୭୭ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମିଳିଲା ନିଯୁକ୍ତି ପତ୍ର
![](https://www.odishalink.com/wp-content/uploads/2024/03/nave-750x404.jpg)
ଓଏଲ୍ ବ୍ୟୁରୋ: ଆଜି ଲୋକସେବା ଭବନର କନ୍ଭେନସନ୍ ସେଣ୍ଟରରେ ନବନିଯୁକ୍ତ ଏସ୍.ଏସ୍.ବି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟସ୍ତରୀୟ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ୫-ଟି ଉପକ୍ରମରେ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ୯୭୭ ଜଣ ଏସ୍.ଏସ୍.ବି ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।