ଜିଏସଟି ସଂଗ୍ରହରେ ଓଡ଼ିଶାର ରେକର୍ଡ; ସର୍ବାଧିକ ୫୧୩୫.୮୧ କୋଟି ଆଦାୟ
ଓଏଲ୍ ବ୍ୟୁରୋ: ଚଳିତବର୍ଷ ଓଡିଶାରୁ ସର୍ବାଧିକ ଜିଏସଟି ଆଦାୟ ହୋଇଛି। ଫେବ୍ରୁଆରୀରେ ସର୍ବାଧିକ ୫୧୩୫.୮୧ କୋଟି ଜିଏସଟି ଆଦାୟ କରାଯାଇଛି। ୨୦୨୩ ତୁଳନାରେ ୨୦୨୪ରେ ୧୩.୬୪% ଅଧିକ ଜିଏସଟି ଆଦାୟ। ୨୦୨୩ରେ ୪୫୨୯.୩୫ କୋଟି ଜିଏସଟି ଆଦାୟ ହୋଇଥିଲା।
ସୂଚନା ଅନୁସାରେ, ୨୦୨୪ ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଥିଲା। ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା କ୍ଷେତ୍ରରେ ତୃତୀୟ ସର୍ବାଧିକ ସଂଗ୍ରହ। ଏନେଇ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ପକ୍ଷରୁ ସୂଚନା ମିଳିଥିଲା। କେନ୍ଦ୍ରୀୟ ଜିଏସଟି, ସମନ୍ବିତ ଜିଏସଟି, ରାଜ୍ୟ ଜିଏସଟି ଓ ଅତିରିକ୍ତ ଟିକସ ମିଶାଇ ୨୦୨୪ ମସିହା ଜାନୁଆରୀ ମାସରେ ଓଡ଼ିଶା ମୋଟ ଜିଏସଟି କ୍ଷେତ୍ରରେ ଏଯାବତ ଦ୍ୱିତୀୟ ସର୍ବାଧିକ ସଂଗ୍ରହ ହାସଲ କରିଥିଲା।
୨୦୨୩ ମସିହା ଜାନୁଆରୀ ମାସରେ ରାଜ୍ୟ ୪୨୫୫.୫୯ କୋଟି ଟଙ୍କା ମୋଟ ଜିଏସଟି ସଂଗ୍ରହ କରିଥିବାବେଳେ ୨୦୨୪ ମସିହା ଜାନୁଆରୀ ମାସରେ ଏହା ୪୯୬୩.୧୬ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଫଳରେ ଏ କ୍ଷେତ୍ରରେ ୧୬.୬୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇଛି ।