ବିଜେଡି ଛାଡ଼ିଲେ ଜୟଦେବ ବିଧାୟକ
![](https://www.odishalink.com/wp-content/uploads/2024/03/Arabinda-Dhali.jpg)
ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ୬ ଥରର ବିଧାୟକ ଅରବିନ୍ଦ ଢାଲି। ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି। ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍ ଯୋଗେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ରହିଛି।
ଦଳରେ ଅସନ୍ତୁଷ୍ଟ ଥିବାରୁ ଦଳ ଛାଡିଛନ୍ତି ଅରବିନ୍ଦ ଢାଲି ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ରବିବାର ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି। ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି ।