ଏଣିକି ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେଲେ ମିଳିବ ଦଣ୍ଡ; ଜାରି ହେଲା ନିର୍ଦ୍ଦେଶନାମା

ଓଏଲ୍ ବ୍ୟୁରୋ: ଏଣିକି ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ମିଳିବ ଦଣ୍ଡ। ଏନେଇ ପିସିସିଏଫ୍ ନିର୍ଦ୍ଦେଶ ଦଦେଇଛନ୍ତି। ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ବାରଣ ନେଇ ସଚେତନତା ସୃଷ୍ଟି ନିର୍ଦ୍ଦେଶ ଜାରି ହୋଇଛି। ସବୁ ଡିଏଫ୍ଓ, ଶିମିଳିପାଳ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିଠି କଲେ ପିସିସିଏଫ୍। ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆଇନ ବିରୋଧୀ। ଏଭଳି କଲେ ଉ ଲ୍ଲଂଘନକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ନିୟମ ହୋଇଛି। ଏନେଇ ଲୋକଙ୍କୁ ସଚେତନ କରିବାକୁ ପିସିସିଏଫ୍ ପରାମର୍ଶ ଦେଇଛନ୍ତି।