Odisha Link
Bridging the Missing Links in Odisha

ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ଅଭିଯୋଗ: ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଓଏଲ୍‌ ବ୍ୟୁରୋ: ବିଜ୍ଞାପନକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। ସରକାରୀ ଯୋଜନାରେ ଶାସକ ଦଳ ବିଜେଡିର ଦଳୀୟ ଚିହ୍ନ ଥିବା ବିରୋଧୀ ଅଭିଯୋଗ କରିଥିଲେ। ଶଙ୍ଖ ବିଜେଡିର ଦଳୀୟ ଚିହ୍ନ ହୋଇଥିବାରୁ ସରକାରୀ ଯୋଜନାରେ ରହିବା ଠିକ୍ ନୁହେଁ ବୋଲି ବିଜେପି କହିଥିଲା। ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲାର ଶୁଣାଣି କରି ଅନ୍ତ ଘଟାଇଲେ ହାଇକୋର୍ଟ। ଇସିଆଇ ବିଚାର ପାଇଁ ଗ୍ରହଣ କରିଥିବାରୁ ହସ୍ତକ୍ଷେପ କରିବାକୁ ମନାକଲେ। ଇସିଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ପୁଣି ଆସିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ବିଜେପି ନେତା ଯତୀନ ମହାନ୍ତିଙ୍କ ପକ୍ଷରୁ ଆବେଦନ ହୋଇଥିଲା।

Leave A Reply

Your email address will not be published.