ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ଼; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଓଏଲ୍ ବ୍ୟୁରୋ: ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ଼ ହୋଇଛି। ନୀଳଗିରିରେ ଶିକାରୀ ଗୁଳିରେ ୨ ବନ କର୍ମଚାରୀ ଗୁରୁତର ହୋଇଥିବାବେଳେ ୧ ଆହତ ହୋଇଛନ୍ତି। ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ବନ କର୍ମଚାରୀ-ଶିକାରୀ ମୁହାଁମୁହିଁ ହୋଇଥିଲେ। ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଗୁଳିମାଡ଼ କଲେ ଶିକାରୀ। ଘଟଣାରେ ୨ ଶିକାରୀଙ୍କୁ କୁଳଡିହା ବନ ବିଭାଗ ଗିରଫ କରିଛି।