ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଛାତ୍ରଙ୍କ ଜୀବନ

ଓଏଲ୍ ବ୍ୟୁରୋ: ନବରଙ୍ଗପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ପରୀକ୍ଷା ପାଇଁ ଯିବାବେଳେ ଦୁର୍ଘଟଣା ହୋଇଥିବାବେଳେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ସଡ଼କ ଦୁର୍ଘଟଣା ହୋଇଛି। ସ୍କୁଟିରେ ସାଙ୍ଗ ସହ ଯିବାବେଳେ ଅଜଣା ଗାଡ଼ି ଧକ୍କା ଦେଇଛି।