ଖଣି ଦୁର୍ନୀତି ମାମଲା: ପୁଣି ଇଡିରେ ଦୀପକ ଗୁପ୍ତା

ଓଏଲ୍ ବ୍ୟୁରୋ: ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ପୁଣି ଇଡିରେ ହାଜର ହେଲେ ଦୀପକ ଗୁପ୍ତା। ଖଣି ଦୁର୍ନୀତି ମାମଲାରେ ଦୀପକ ଗୁପ୍ତାଙ୍କୁ ଘନ ଘନ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୮ଶହ କୋଟିର ଖୋଳତାଡ କରୁଛି ଇଡିର ସ୍ୱତନ୍ତ୍ର ଟିମ୍। ଦୁଇ ସପ୍ତାହ ତଳେ କୋଲକାତା ଓ ଓଡିଶାର ମୋଟ ୧୨ଟି ସ୍ଥାନରେ ଏନେଇ ରେଡ କରିଥିଲା ଇଡି। ଏଥିରେ ଭଲଭୋ କାର, ୧କୋଟି ୨୪ ଲକ୍ଷ ଟଙ୍କାର ସୁନା ଗହଣା, ୩୦ ଲକ୍ଷ ଟଙ୍କା ଓ ୧କୋଟି ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଂଟ ଅଚଳ କରିଥିଲା ଇଡି। ଏହି ମାମଲାରେ ୩୭୯ କୋଟି ଟଙ୍କାର ସମ୍ପତି ସଂଲଗ୍ନ କରିବା ପାଇଁ ଇଡି ପିଏମଏଲଏ କୋର୍ଟରେ ଆବେଦନ କରିଥିବାବେଳେ, କୋର୍ଟ ତାକୁ ଗ୍ରହଣ କରିଥିଲା। ଗତ ୧ରେ ଭୁବନେଶ୍ୱର, ବଡବିଲ ଓ କୋଲକାତାରେ ଇଡି ଚଢ଼ାଉ କରିଥିଲା।