ମାର୍ଚ୍ଚ ନସରୁଣୁ କଲବଲ କରୁଛି ତାତି; ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା
ଓଏଲ୍ ବ୍ୟୁରୋ: ବଢୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ଚାନ୍ଦବାଲିରେ ୩୬.୨ ଡିଗ୍ରୀ, ଭୁବନେଶ୍ୱରରେ ୩୬ ଡିଗ୍ରୀ , କେନ୍ଦୁଝରରେ ୩୬ ଡିଗ୍ରୀ , ଝାରସୁଗୁଡାରେ ୩୫.୪ ଡିଗ୍ରୀ , ସମ୍ବଲପୁରରେ ୩୫.୨ ଡିଗ୍ରୀ, ହୀରାକୁଦରେ ୩୪.୬ ଡିଗ୍ରୀ , ବାଲେଶ୍ୱରରେ ୩୪.୨ ଡିଗ୍ରୀ, ରାଉରକେଲାରେ ୩୩.୪ ଡିଗ୍ରୀ , ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ, ଗୋପାଳପୁରରେ ୩୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।