ପରୀ ହତ୍ୟାକାଣ୍ଡ: ପୁଣିଥରେ ହାଇକୋର୍ଟରେ ପହଞ୍ଚିଲା ମାମଲା
![](https://www.odishalink.com/wp-content/uploads/2024/02/pari.jpg)
ଓଏଲ୍ ବ୍ୟୁରୋ: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇ ପୁଣି ଥରେ ଆଉ ଏକ ଖବର ସାମ୍ନାକୁ ଆସିଛି। ନାବାଳକ ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ବିଚାର ପାଇଁ ଗ୍ରହଣ କଲେ। ନିମ୍ନ ଅଦାଲତଙ୍କୁ ରେକର୍ଡ ତଲବ କରାଯାଇଛି। ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ଅଭିଯୁକ୍ତ। ନାବାଳକକୁ ୨୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ନିମ୍ନ ଅଦାଲତ। ଏହା ପରେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ନୟାଗଡ଼ ଯଦୁପୁର ଅଞ୍ଚଳର ୫ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଘଟଣାଟି ପୁରା ରାଜ୍ୟରେ ଚହଳ ପକାଇଥିଲା। ନୟାଗଡ଼ର ଏହି ୫ବର୍ଷୀୟ ଝିଅ ପରୀ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ଏବଂ ଏହାର ୧୦ ଦିନ ପରେ ମୃତଦେହ ମିଳିଥିଲା।
ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟି ଗଠନ କରାଯିବାପରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା। ପୋକ୍ସୋ କୋର୍ଟ ଗିରଫ ସରୋଜଙ୍କୁ ନାବାଳକ ଦର୍ଶାଇବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା।