ବାଲେଶ୍ୱର: କାହାକୁ ପ୍ରାର୍ଥୀ କରିବ ବିଜେଡି, ପ୍ରତାପ ଷଡଙ୍ଗୀଙ୍କୁ କିଏ ଦେବ ଟକ୍କର?
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଦଳ ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ତେବେ ବାଲେଶ୍ୱର ପାଇଁ କିଏ ପ୍ରାର୍ଥୀ ହେବେ ସେନେଇ ନିଷ୍କର୍ଷ ବାହାରି ପାରିନଥିବା କୁହାଯାଉଛି। ଏ ଯାଏଁ ଶାସକ ବିଜୁ ଜନତା ଦଳ ବାଲେଶ୍ଵର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରୁନଥିବା ବାକି ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି।
ପୁଣିଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରରେ ବିଜେପି ପ୍ରାର୍ଥୀ କରିସାରିଛନ୍ତି। ତେଣୁ ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଶାସକ ଦଳ ଅଙ୍କ କଷୁଛି। ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିର୍ବାଚନ ଲଢିବାକୁ ପୂର୍ବରୁ ମନା କରିଥିଲେ। ତେଣୁ ଦଳର ବିଜୟ ପାଇଁ ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କୁ ରାଜି କରାଇ ପୁଣି ଥରେ ପ୍ରାର୍ଥୀ କରିବାକୁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି। ଏପରି ସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି। ସେପଟେ କଂଗ୍ରେସ ମଧ୍ୟ ବାଲେଶ୍ୱର ପାଇଁ କାହାରି ନାଁ ଘୋଷଣା କରିନାହିଁ। ତେବେ ଆଗାମୀ ନିର୍ବାଚନରେ କିଏ ବାଜି ମାରି ବ ତାହା ଦେଖିବାକୁ ବାକି ରହିଲା।