Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ବଦଳି: କଟକର ନୂଆ ଡିସିପି ହେଲେ ଆର୍.ପ୍ରକାଶ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା। କଟକ ଜିଲ୍ଲାପାଳ ବିନିତ ଭରଦ୍ବାଜଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆଜି କଟକର ନୂଆ ଡିସିପି ହେଲେ ଆର୍.ପ୍ରକାଶ। ସେହିଭଳି ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା ଏସପି। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଇସିଆଇ ଚିଠି କରିଛନ୍ତି।

ସୂଚନା ଅନୁସାରେ, ଗତ ଏପ୍ରିଲ ୨ ତାରିଖରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ, ଖୋର୍ଦ୍ଧା ଏସ୍‌ପି ବି. ଯୁଗଳ କିଶୋର, ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଇପିଏସ୍‌ କନୱର ବିଶାଲ ସିଂହଙ୍କୁ ବି ବଦଳି ପାଇଁ ନିର୍ଦ୍ଦେଶ ମିଳିଥିଲା। ନିର୍ବାଚନ ସଂପର୍କୀତ କାମ ନଥିବା ସ୍ଥାନକୁ ବଦଳି ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା।

Leave A Reply

Your email address will not be published.