ତାତିରୁ ସାମାନ୍ୟ ଆଶ୍ବସ୍ତି; ୩୫ ଡିଗ୍ରୀ ତଳେ ସବୁ ସହରର ତାପମାତ୍ରା

ଓଏଲ୍ ବ୍ୟୁରୋ: ବଦଳିଲା ପାଣିପାଗ। ତାତିରୁ ମିଳିଲା ଆଶ୍ବସ୍ତି। ଗତକାଲି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି। ଯାହାଫଳରେ ସପ୍ତାହେ ଧରି ଖରା ତାତି ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି। ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳିରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି। ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରାୟ ୧ ଘଣ୍ଟା ଧରି ବଜ୍ରପାତ ସହିତ ହାଲୁକା ବର୍ଷା ହୋଇଥିଲା।
ସୂଚନା ଅନୁସାରେ, ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୫ ଡିଗ୍ରୀ ତଳେ ସବୁ ସହରର ତାପମାତ୍ରା ରେକର୍ଡ ହୋଇଛି। ଚାନ୍ଦବାଲିରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପାରାଦୀପରେ ୩୩.୬, ପୁରୀରେ ୩୩.୪, ବାଲେଶ୍ବରରେ ୩୨.୪ ଡିଗ୍ରୀ, ଗୋପାଳପୁରରେ ୩୩.୨, ଭୁବନେଶ୍ବରରେ ୩୨.୮ ଡିଗ୍ରୀ, କେନ୍ଦୁଝରରେ ୨୫.୬, ରାଉରକେଲାରେ ୨୨.୪ ଡିଗ୍ରୀ, ସମ୍ବଲପୁରରେ ୨୧.୬, ଝାରସୁଗୁଡ଼ାରେ ୨୧.୪, ହୀରାକୁଦରେ ୨୧ ଡିଗ୍ରୀ ରେକର୍ଡ ହୋଇଛି।