Odisha Link
Bridging the Missing Links in Odisha

ପୁଣି ଉଦ୍ଧାର ହେଲା ସନ୍ଦିଗ୍ଧ ପାରା; ଗୋଡ଼ରେ ଲାଗିଛି ସ୍ଵତନ୍ତ୍ର ଜିପିଏସ୍

ଓଏଲ୍‌ ବ୍ୟୁରୋ: ପୁଣି ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ ପାରାର ଦୁଇ ଗୋଡ଼ରେ ବିଦେଶୀ ଭାଷାରେ ଲେଖାଥିବା ଜିପିଏସ୍‌ ଟ୍ରାକର ଭଳି ଚିପ୍‌ ଲାଗିଛି। ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ କରିଥିଲେ। ଏହା ପରେ କପିଳାସକୁ ଗଲା ଢେଙ୍କାନାଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୁଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି।

ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୁଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ଆସୁଥିବା ସୂଚନା ରହିଛି। ଏକ ଏକ୍ସପୋର୍ଟ ଟିମ୍ ଓ ଇଣ୍ଟେଲିଜେନ୍ସର ଟିମ୍ ମଧ୍ୟ କପିଳାସ ଅଭିମୁଖେ ଥିବା ଜଣାପଡିଛି। ପାରାଟି କେଉଁଠାରୁ ଆସିଛି ଓ ଦୁଇ ଗୋଡ଼ରେ ଲାଗିଥିବା ଚିପ୍‌ କେଉଁ ସଂସ୍ଥାର ଏବଂ ଏଥିରେ କେଉଁ ଦେଶର ଭାଷା ଲେଖାଯାଇଛି, ତାହା ଜଣାପଡିନାହିଁ।

ତେବେ ଲେଖାଯିବା ଭାଷା ଚାଇନାର ବୋଲି ଆଲୋଚନା ହେଉଛି। ବନବିଭାଗ ପକ୍ଷରୁ ପାରାକୁ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ରେଞ୍ଜ୍‌ କାର୍ଯ୍ୟାଳୟରେ ରଖାଯାଇଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି, କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପାରା ଗୋଡ଼ରେ ଲାଗିଥିବା ଚିପ୍‌କୁ ଅଧିକ ତଦନ୍ତ ଓ ପରୀକ୍ଷା ପାଇଁ ଦିଲ୍ଲୀ ପଠାଯିବା ନିମନ୍ତେ ବନ ବିଭାଗକୁ ଆବେଦନ କରାଯାଇଛି।

Leave A Reply

Your email address will not be published.