ଏଥର ହନୁମାନ ଜୟନ୍ତୀରେ ହେବନି ରାଲି; ଶ୍ରୀରାମ ଜୟନ୍ତୀରେ ଶୋଭାଯାତ୍ରାକୁ ମନା

ଓଏଲ୍ ବ୍ୟୁରୋ: ସମ୍ବଲପୁରରେ ଚଳିତ ବର୍ଷ ହନୁମାନ ଜୟନ୍ତୀରେ ଶୋଭାଯାତ୍ରାକୁ ବନ୍ଦ କରାଯାଇଛି। ଶାନ୍ତି କମିଟି ବୈଠକ ପରେ ଜିଲ୍ଳା ପ୍ରଶାସନ ନିଷ୍ପତ୍ତି ନେଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ବାଇକ ରାଲି ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀରାମ ଜୟନ୍ତୀରେ ମଧ୍ୟ ଶୋଭାଯାତ୍ରା ହେବନି ବୋଲି ମନା କରାଯାଇଛି।
ସୂଚନା ଅନୁସାରେ, ଗତବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହିଂସାକାଣ୍ଡ ହୋଇଥିଲା। ଯାହାକୁ ନେଇ କର୍ଫ୍ୟୁ ଜାରି କରାଯାଇଥିଲା। ଏହା ସହ ଇଣ୍ଟେରନେଟ ସେବାରୁ ବଂଚିତ ଥିଲେ ସମ୍ବଲପୁର ବାସିନ୍ଦା। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣା କରାଯାଇଥିଲା। ତେବେ ଚଳିତ ଥର ହନୁମାନ ଜୟନ୍ତୀରେ ଶୋଭାଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।