ପ୍ରକାଶ ପାଇଲା ୟୁପିଏସ୍ସି ପରୀକ୍ଷା ଫଳ; କୃତକାର୍ଯ୍ୟ ହେଲେ ୧୦୧୬ ଜଣ ପରୀକ୍ଷାର୍ଥୀ
![](https://www.odishalink.com/wp-content/uploads/2024/04/upsc-750x421.jpg)
ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ର ଫଳାଫଳ। ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଓଡିଆ ପୁଅ ଅନିମେଷ ପ୍ରଧାନ ଦ୍ୱିତୀୟ ଓ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଓଡ଼ିଶା: ୧୦୧୬ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଅନିମେଷ ପ୍ରଧାନ ଦ୍ୱିତୀୟ ରାଙ୍କ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି। ସେହିଭଳି ୨୪ ରାଙ୍କରେ ପ୍ରଜ୍ଞାନନ୍ଦନ ଗିରି, ୫୨ ନମ୍ବର ରାଙ୍କର ଜୟଶ୍ରୀ ପ୍ରଧାନ, ୧୧୦ ରାଙ୍କରେ ଅମୃତାଂଶୁ ନାୟକ, ୧୪୯ ରାଙ୍କରେ କୃତୀ ତ୍ରିପାଠୀ, ୩୧୯ ରାଙ୍କରେ ରଶ୍ମୀ ପ୍ରଧାନ, ୩୪୩ ରାଙ୍କରେ ବିଶ୍ବଜିତ ପଣ୍ଡା, ୪୦୯ ରାଙ୍କରେ ସନ୍ତୋଷ ପାତ୍ର, ୪୬୬ ସୌରଭ ଦାସ, ୫୭୫ ରାକେଶ ସାହ, ୮୦୦ ସିଦ୍ଧାନ୍ତ ବେଶ୍ରା, ୧୦୦୧ ରାଙ୍କରେ ଅନୁପ ନାୟକ ରହିଛନ୍ତି।
ସୂଚନାଥାଉକି, କୃତକାର୍ଯ୍ୟ ହୋଇଥିବା ୧୦୧୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୭ ଜଣ ଆଇଏଫ୍ଏସ୍, ୨୦୦ ଜଣ ଆଇପିଏସ୍ ଏବଂ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍ରେ ନିଯୁକ୍ତି ପାଇବେ।