ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି; ଓଡ଼ିଶାରୁ ଜବତ ହେଲାଣି ୧୧୮ କୋଟି

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ ନିର୍ବାଚନୀ ବିଗୁଲ ବାଜିଛି। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଆଚରଣ ବିଧି ଲାଗୁ ପରେ ଓଡ଼ିଶାରୁ ୧୧୮ କୋଟି ଜବତ ହୋଇଛି। ନଗଦ ଟଙ୍କା, ମାଦକ ଦ୍ରବ୍ୟ, ଉପହାର ସାମଗ୍ରୀ ଆଦି ୧୧୮ କୋଟି ଜବତ ହୋଇଛି। ଜବତ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ୨ କୋଟି ୭୦ ଲକ୍ଷ ନଗଦ ଟଙ୍କା, ୧୮ କୋଟିର ମଦ ଜବତ, ୪୩ କୋଟିର ମାଦକ ଦ୍ରବ୍ୟ, ୭ କୋଟିର ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି।