ନିର୍ବାଚନ ୨୦୨୪: ନାମାଙ୍କନ ଭରିଲେ ଅମିତ ଶାହ

ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।
ଅନ୍ୟପଟେ, ଆସନ୍ତା ନିର୍ବାଚନରେ ଗୁଜୁରାଟର ଗାନ୍ଧିନଗର ଲୋକସଭା ଆସନରୁ ଅମିତ ଶାହ ଲଢ଼ିବେ। ଦ୍ୱିତୀୟ ଥର ପାଇଁ ନାମାଙ୍କନ ଭରିଲେ ଅମିତ ଶାହ। ସେହିଭଳି କଂଗ୍ରେସ ଆସନରୁ ସୋନାଲ ପଟେଲ ଗାନ୍ଧିନଗର ଲୋକସଭା ଆସନରୁ ଲଢ଼ିବେ। ତେବେ ଏଥର ଗୁଜୁରାଟର ଗାନ୍ଧିନଗର ଲୋକସଭା ଆସନକୁ ନେଇ ମହା ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।