ରେଳ ଧାରଣାରୁ ମିଳିଲା ଯୁବକଙ୍କ ଅର୍ଦ୍ଧନଗ୍ନ ମୃତଦେହ

କେନ୍ଦୁଝର: କେନ୍ଦୁଝରରେ ଟ୍ରେନ୍ ଲାଇନ୍ ନିକଟରେ ଅଜଣା ଯୁବକଙ୍କର ମୃତଦେହ ଠାବ ହୋଇଛି। ତେବେ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, କେନ୍ଦୁଝର ଟାଉନ୍ ଥାନାର ହରିଡାଗୋଠ ଗାଁ ନିକଟ ଦେଇ ଯାଇଥିବା ରେଳ ଧାରଣା ନିକଟରେ ଆଜି ସକାଳୁ ଜଣେ ଅଜଣା ଯୁବକଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହଟି ରେଳ ଧାରଣାଠାରୁ ପଚାଶ ମିଟର ଦୂରରେ ଅର୍ଦ୍ଧନଗ୍ନ ଅବସ୍ଥାରେ ମୁହଁ ମାଡି ହୋଇ ପଡିଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଦେଖିବାକୁ ମିଳିଥିବା ବେଳେ ରେଳ ଧାରଣା ଉପରେ ଏକ କଟା ଗୋଡ ପଡି ରହିଥିବା ଦେଖିବାକୁ ମିଳିଛି। ଯୁବକଙ୍କର ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.