ରାଜ୍ୟରେ ଅସହ୍ୟ ତାତି; ୪୪ ଡିଗ୍ରୀ ଟପିଲା ବାଲେଶ୍ୱରର ତାପମାତ୍ରା

ଓଏଲ୍ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ପାର କରିଥିବାବେଳେ ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୪ ଡିଗ୍ରୀ ଟପି ଯାଇଛି। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।
ବାଲେଶ୍ୱରରେ ୪୪.୧ ଡିଗ୍ରୀ, ଭୁବନେଶ୍ୱରରେ ୪୩.୬ ଡିଗ୍ରୀ, ଝାରସୁଗୁଡାରେ ୪୨.୫ ଡିଗ୍ରୀ, କେନ୍ଦୁଝରରେ ୪୧.୪ ଡିଗ୍ରୀ , ଚାନ୍ଦବାଲିରେ ୪୧.୨ ଡିଗ୍ରୀ, ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୯ ଡିଗ୍ରୀ, ସମ୍ବଲପୁରରେ ୩୯.୮ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ପାରାଦୀପରେ ୩୩.୬ ଡିଗ୍ରୀ, ଗୋପାଳପୁରରେ ୩୩.୬ ଡିଗ୍ରୀ ଟମଟର ରେକର୍ଡ କରାଯାଇଛି। ତାତିକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିନସିଟିକୁ ରେଡ୍ ଆଲର୍ଟ ଜାରି କରିଛି। କଟକ ଓ ଭୁବନେଶ୍ୱର ଭୀଷଣ ଗ୍ରୀଷ୍ମ ପ୍ରବାହରୁ ସାବଧାନ ରହିବାକୁ ସତର୍କ ସୂଚନା ଜାରି ହୋଇଛି।