ଶାହଙ୍କ ପରେ ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି, ଓଡ଼ିଶାର ୨୧ ଲୋକସଭା ଆସନରେ ଜିତିବ ବିଜେପି
ଓଏଲ୍ ବ୍ୟୁରୋ: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ବର୍ଷର ଶାସନ କାଳରେ ଓଡ଼ିଶାକୁ କେତେ ମିଳିଛି ଅନୁଦାନ। ସାମ୍ବାଦିକ ସମ୍ମିଳନୀ କରି ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳରେ ସବୁଠୁ ଅଧିକ ଲାଭାର୍ଥି ରାଜ୍ୟ ହୋଇଛି ଓଡ଼ିଶା। ୨୦୦୪ରୁ ୨୦୧୪ କଂଗ୍ରେସ ଶାସନରେ ଓଡ଼ିଶାକୁ ପ୍ରାୟ ୩ଲକ୍ଷ କୋଟିର ଆର୍ଥିକ ଅନୁଦାନ ମିଳିଥିଲା। କିନ୍ତୁ ବିଜେପିର ୧୦ ବର୍ଷର ଶାସନ କାଳରେ ୧୮ ଲକ୍ଷରୁ ଅଧିକ କୋଟି ଟଙ୍କା ଓଡ଼ିଶାର ଉନ୍ନତି ପାଇଁ ମୋଦି ସରକାର ପଠାଇଛନ୍ତି। ଆଉ ପ୍ରତିଦ୍ୱନ୍ଦ୍ୱୀମାନେ ଏହାକୁ ନେଇ ସନ୍ଦେହ କରୁଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ସହ ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜିତିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଲୋକପ୍ରିୟ ନେତା ହୋଇଗଲେଣି। ବୟସ୍କ, ମହିଳା, ଯୁବବର୍ଗଠୁ ଆରମ୍ଭ କରି ସଭିଏଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଆସ୍ଥା ବଢ଼ାଇଛନ୍ତି।
ସେ ଆହୁରି କହୁଛନ୍ତି, ମୋଦି ସରକାରଙ୍କ ଏତେ ଆର୍ଥିକ ଅନୁଦାନ ପରେ ବି ଓଡ଼ିଶାର ବିକାଶ କାହିଁକି ହୋଇପାରୁନି? ଓଡ଼ିଆ ଅସ୍ମିତା, ଓଡ଼ିଆ ସଂସ୍କୃତି ଉପରେ ପ୍ରଶ୍ମବାଚୀ କାହିଁକି ଉଠିଛି? ବିଜେପି ଏକ ଦାୟିତ୍ୱସମ୍ପନ୍ନ ଜାତୀୟ ଦଳ ଭାବେ ଏହି ଅପଚେଷ୍ଟାକୁ ପଣ୍ଡ କରିବ। ଆଉ ତା’ର ସୂତ୍ରଧର ପାଲଟିବେ ପ୍ରତିଟି ଓଡ଼ିଆ, ଓଡ଼ିଶାବାସୀ ଏଥର ପରିବର୍ତ୍ତନ ପାଇଁ ସ୍ଥିର କରିସାରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।