ପାଣିପାଗ ଖବର: ୪୩ ଡିଗ୍ରୀ ଉପରେ ୭ ସହର, ବୌଦ୍ଧରେ ସର୍ବାଧିକ ୪୪.୬ ଡିଗ୍ରୀ
ଓଏଲ୍ ବ୍ୟୁରୋ: ୨୪ ଘଣ୍ଟାର ଆଶ୍ବସ୍ତି ପରେ ପୁଣି ଫେରିଲା ତାତି। କାଳବୈଶାଖି ପ୍ରଭାବରେ ରାଜ୍ୟର କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିଥିଲା। ହେଲେ ଦିନକ ପରେ ପୁଣି ଫେରିଲା ତାତି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ସର୍ବାଧିକ ୪୪.୬ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।
୪୩ ଡିଗ୍ରୀ ଉପରେ ୭ ସହରର ତାପାମାତ୍ରା ଥିବାବଳେ ୪୦ ଡିଗ୍ରୀ ଉପରେ ୨୬ଟି ସହରର ତାପମାତ୍ରା ରହିଛି। ଟିଟିଲାଗଡ଼ରେ ୪୪ ଡିଗ୍ରୀ, ନୂଆପଡ଼ାରେ ୪୩.୯ ଡିଗ୍ରୀ, ମାଲକାନଗିରି ୪୩.୩ ଡିଗ୍ରୀ, ପାରଳାଖେମୁଣ୍ଡି ୪୩.୩ ଡିଗ୍ରୀ, ଭବାନୀପାଟଣା ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବର ଓ କଟକରେ ପାରା ପୁଣି ଥରେ ୪୦ଡ଼ିଗ୍ରି ଅତିକ୍ରମ କରିଛି। ୨୪ଘଣ୍ଟାର ବ୍ରେକ୍ ପରେ ଆଜି ପୁଣି ୪୦ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱରରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୦.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।
ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିବ। ମାତ୍ର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ତେବେ ୬ ତାରିଖ ବେଳକୁ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରୁ ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)ରେ ବ୍ରେକ୍ ଲାଗିବ।