ଆଜି ଦିନ ୨ଟାରୁ ଭୁବନେଶ୍ୱରର ଜନପଥ ରାସ୍ତା ସିଲ୍; ଜାଣନ୍ତୁ କେଉଁ ରାସ୍ତାରେ ଯିବ ମୋ ବସ୍

ଓଏଲ୍ ବ୍ୟୁରୋ: ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ପୁଣି ଥରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି। ଆଜି ଭୁବନେଶ୍ବରରେ ନରେନ୍ଦ୍ର ମୋଦି ବିଶାଳ ରୋଡ୍ ଶୋ’ କରିବେ। ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ରୋଡ୍ ଶୋ’ କରିବେ।
ମୋଦିଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ କଟକଣା ଜାରି ହୋଇଥିବାବେଳେ ଦିନ ୨ଟାରୁ ବାଣୀବିହାର-ମାଷ୍ଟରକ୍ୟାଣ୍ଟିନ ରାସ୍ତା ସିଲ୍ ରହିବ। ସେଥିପାଇଁ ଦିନ ୨ଟାରୁ ସନ୍ଧ୍ୟା ୬ ଯାଏଁ ମୋ ବସ ରୁଟରେ ପରିବର୍ତ୍ତନ କରାଯାଇଛି। ବସ୍ ନଂ-୯, ୧୧, ୧୨, ୧୬, ୨୦, ୨୫, ୨୬, ୩୨, ୩୬, ୩୮, ୮୨ ରାଜମହଲ, ଏଜି ଛକ, ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ଯିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ କ୍ରୁଟ ପକ୍ଷରୁ ସୂଚନା ଜାରି କରାଯାଇଛି।
Dear Commuters !
The #MoBus routes operating between Master Canteen & Vani Vihar will be diverted via Raj Mahal,AG Square,Acharya Vihar to Vani Vihar during 2 PM-6 PM on administrative ground.
Route Nos:- 9,11,12,16,20,25,26,32,36,38 & 82
The inconvenience caused is regretted. https://t.co/UK7eLQNSma
— Capital Region Urban Transport (@CRUT_BBSR) May 10, 2024
ତେବେ ମୋଦିଙ୍କ ରୋଡ ଶୋ’ ପାଇଁ ଜନ ସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୩ ଟେକ୍ନିକାଲ ୟୁନିଟ୍, ୧୦ ଅତିରିକ୍ତ ଡିସିପି, ୪୧ ଇନ୍ସପେକ୍ଟର, ୧୮୦ ଏସଆଇ ମୁତୟନ ରହିବେ।