ମୋଦି କରିଥିବା ଧ୍ୟାନ ଗୁମ୍ପା ଚର୍ଚ୍ଚାରେ, ଅକ୍ଟୋବର ପର୍ଯ୍ୟନ୍ତ ହାଉସଫୁଲ
କେଦାରନାଥ: ଚର୍ଚ୍ଚାରେ କେଦାରନାଥ ଗୁମ୍ପା। ପ୍ରଧାନମନ୍ତ୍ରୀ ଧ୍ୟାନ କରିଥିବା ଗୁମ୍ପା ଏବେ ଚର୍ଚ୍ଚାର ବିଷୟ। ମୋଦିଙ୍କ ଧ୍ୟାନ ଗୁମ୍ଫାରେ ପୁରା ରାତି ସାଧନା ପରେ ଏବେ ଏହି ଗୁମ୍ଫାର ଚାହିଦା ବଢିଯାଇଛି। ଦେଶ-ବିଦେଶରେ ମୋଦୀଙ୍କ ଧ୍ୟାନ ଏତେ ଚର୍ଚ୍ଚା ସୃଷ୍ଟି କରିଛି ଯେ ପର୍ଯ୍ୟଟକ ବି ଏହି ଗୁମ୍ଫାକୁ ଦେଖିବାକୁ ଆସୁଛନ୍ତି। ଏମିତିକି କିଛି ପର୍ଯ୍ୟଟକ ଧ୍ୟାନ କରିବାକୁ ଏହି ଗୁମ୍ଫାକୁ ବୁକିଂ ମଧ୍ୟ କରିସାରିଲେଣି। ଆଗାମୀ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ଏହି ଗୁମ୍ଫାର ବୁକିଂ ସରିଯାଇଛି।
ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପ୍ରମାଣପତ୍ର ପରେ ହିଁ ଏହି ଗୁମ୍ଫାରେ ଜଣେ ଧ୍ୟାନ କରିପାରିବ। ଏହି ଗୁମ୍ଫାରେ ଗୋଟିଏ ଦିନ ଧ୍ୟାନ କରିବାକୁ ୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ଗୁମ୍ଫାରେ ଖଟ, ଶୌଚାଳୟ, ଟେଲିଫୋନ ଭଳିଆ ଆଧୁନିକ ସୁବିଧା ଉପଲବ୍ଧ ଅଛି। ମେ ୧୮ ତାରିଖରେ ମୋଦି କେଦାରନାଥର ଏହି ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ।
ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଏହି ଗୁମ୍ଫାର ବୁକିଂ କରିହେଉଛି। ଏଠାରେ ସୂଚନା ଥାଉ କି ଗରବାଲ ମଣ୍ଡଳ ବିକାଶ ନିଗମ ଏହି ଗୁମ୍ଫା ପାଇଁ ବୁକିଂ କରୁଛି। ସେହିପରି ଗୁମ୍ଫାରେ ଧ୍ୟାନ କରିବାକୁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରଖାଯାଇଛି।
Comments are closed.