Odisha Link
Bridging the Missing Links in Odisha

୨ ପୋଲିଂ ଅଧିକାରୀ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ସକାଳୁ ସକାଳୁ ଲମ୍ବା ଲାଇନ୍‌ ଲଗାଇ ଜନତା ଭୋଟ ଦେବାକୁ ଯାଉଛନ୍ତି। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏଥିସହିତ ଦୁଇ ଜଣ ପୋଲିଂ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ସାରା ରାଜ୍ୟରେ ସୁରୁଖୁରରେ ଚାଲିଛି ମତଦାନ। କିଛି ସ୍ଥାନରେ ଇଭିଏମ୍‌ ତ୍ରୁଟି ଯୋଗୁଁ ଭୋଟ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। ହେଲେ ସେହି ସବୁ ସ୍ଥାନରେ ଏବେ ସୁରୁଖୁରରେ ମତଦାନ ଚାଲିଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏଥିସହିତ ସେ ୨ ଜଣ ପୋଲିଂ ଅଫିସରଙ୍କୁ ନିଲମ୍ବିିତ କରିଛନ୍ତି। ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ନିଲମ୍ବତି କରାଯାଇଛି। ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବରଚନ ଅଧିକାରୀ।

Leave A Reply

Your email address will not be published.