ପୁଣି ଅଡ଼ୁଆରେ ଅନୁଭବ; ବଡ଼ ନିର୍ଦ୍ଦେଶ ଦେଲା ଜେଏମ୍ଏଫସି କୋର୍ଟ
![](https://www.odishalink.com/wp-content/uploads/2024/02/Anubhav-mohanty.jpg)
ଓଏଲ୍ ବ୍ୟୁରୋ: ପୁଣି ବଢିଲା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ। ପାରିବାରିକ ମାମଲାରେ ପୁଣି ଅନୁଭବଙ୍କୁ ଲାଗିଛି ଏକ ବଡ଼ ଝଟକା। ଅନୁଭବଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ୱାରେଣ୍ଟି। କଟକ ଜେଏମ୍ଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି କରାଯାଇଛି। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଏନବିଡବ୍ଲୁ ଜାରି ହୋଇଛି।
ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ। ଚାର୍ଜଫ୍ରେମ୍ ପାଇଁ ହାଜର ନହେବାରୁ ଏନବିଡବ୍ଲୁ ଜାରି କଲେ କୋର୍ଟ। ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନେଇ ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ସୂଚନା ଦେଇଛନ୍ତି।