Odisha Link
Bridging the Missing Links in Odisha

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୪ରୁ ଅଧିକ ଆସନରେ ଜିତିବ ବିଜେଡି: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ଏନେଇ ଆଜି ଜାତୀୟ ଗଣମାଧ୍ୟମକୁ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ୍ କହିଛନ୍ତି ଯେ, ପ୍ରଥମ, ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟ ହେଉ ବିଜେଡି ନିର୍ବାଚନରେ କ୍ଲିନ୍ ସ୍ୱିପ୍ କରିବ। ପ୍ରଥମ ପର୍ଯ୍ୟାୟରେ ୨୮ରୁ ୨୪ ଆସନରେ ଜିତିବ ବିଜେଡି।

ଗତ ଥର ନିର୍ବାଚନରେ ଏଠି ଆମେ ୨୦ଟି ସିଟ୍ ପାଇଥିଲୁ, ଏଥର ନବୀନ ପଟ୍ଟନାୟକଙ୍କ ଲେହେର ଅଛି, ତେଣୁ ଆମେ ୨୮ଟି ସିଟ୍ ମଧ୍ୟରୁ ୨୪ରୁ ଅଧିକ ସିଟ୍ ଜିତିବୁ ବୋଲି ଭି.କେ ପାଣ୍ଡିଆନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନରେ ମଧ୍ୟ ଗତବର୍ଷ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ଲୋକ ମାନଙ୍କ ଭଲ ପାଇବା ବିଜୁ ଜନତା ଦଳକୁ ସାହସ ଦେଇଛି। ତେଣୁ ଏଥର ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳକୁ ସଫଳତା ମିଳିବ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।

ସୂଚନା ଅନୁସାରେ, ଗତକାଲି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ଇଭିଏମରେ ସିଲ୍ ହୋଇଛି ୩୭ ସାଂସଦ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ। ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡିଛି। ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଛି।

ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି। ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ୮୦.୨୨ ପ୍ରତିଶତ ମତଦାନ ହୋଇଥିବାବେଳେ ବ୍ରହ୍ମପୁର ଲୋକସଭା ଆସନରେ ସର୍ବନିମ୍ନ ୬୩.୩୪ ପ୍ରତିଶତ ମତଦାନ ହୋଇଛି। ସେହିପରି କଳାହାଣ୍ଡିରେ ୬୭.୩୭ ପ୍ରତିଶତ, ନୂଆପଡାରେ ୬୬.୩୫ ପ୍ରତିଶତ, ଗଜପତିରେ ୬୩.୭୧ ପ୍ରତିଶତ, ରାୟଗଡ଼ାରେ ୬୨.୯୬ ପ୍ରତିଶତ, କୋରାପୁଟରେ ୬୧.୨୨ ପ୍ରତିଶତ ଭୋଟ୍ ପଡିଛି।

Leave A Reply

Your email address will not be published.