ଲଞ୍ଚ୍ ହେଲା ମୋ ବୁଥ୍ ଆପ୍; ଜାଣନ୍ତୁ ଏହା କ’ଣ..

ଓଏଲ୍ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ମଧ୍ୟରେ ଭୋଟ ପ୍ରକ୍ରିୟା ସହଜ ତଥା ସରଳ କରିବା ପାଇଁ ନିର୍ବାଚନ କମିଶନର ବିଭିନ୍ନ ପ୍ରକ୍ରିୟା ଅବଲମ୍ବନ କରୁଛନ୍ତି।
ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ଲଞ୍ଚ୍ ହେଲା ମୋ ବୁଥ୍ ଆପ୍। ଯେଉଁଥିରେ କିଏ କେଉଁଠି ଭୋଟ ଦେବା ଜାଣିବା ସହଜ ହେବ। ଖୋର୍ଦ୍ଧା ଜିଲ୍ଲା ପାଇଁ ଲଞ୍ଚ ହେଲା ଆପ୍। ମତଦାନ କେନ୍ଦ୍ର ଜାଣିବା ଅତି ସହଜ ହେବ। ଭୋଟର ହେଲ୍ପ ଲାଇନ ଆପ ଡାଉନ ଲୋଡ କରିବା ସହ ନିଜ ବୁଥର ଅବସ୍ଥିତି ଜାଣିବା ସହଜ ହେବ। ତେବେ ଏହି ଆପ୍ଲିକେସନ ଆଣ୍ଡ୍ରଏଡ ବ୍ୟବହାରକାରୀ ଡାଉନଲୋଡ଼ କରି ପାରିବେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଏହା ସହ ଗତ ନିର୍ବାଚନରେ ଭୁବନେଶ୍ୱରର ଭୋଟିଂ ସଂଖ୍ୟା ୫୦ ପ୍ରତିଶତରୁ କମ ହୋଇଥିବାରୁ ଏହାକୁ ବୃଦ୍ଧି କରିବା ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ।