ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ; ସକାଳ ୯ଟା ସୁଦ୍ଧା ଭୋଟ୍ ହାର ୬.୯୯ ପ୍ରତିଶତ
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ସକାଳ ୭ଟା ବାଜିବା କ୍ଷଣି ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ଆଜି ରାଜ୍ୟର ୫ ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ମତଦାନ। ୭୯,୬୯,୮୮୭ଜଣ ମତଦାତା ସେମାନଙ୍କର ପସନ୍ଦ୍ର ନେତା ବାଛିବେ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ତେବେ ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬.୯୯ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୯.୮୬% ଭୋଟିଂ ହୋଇଥିବାବେଳେ ଗଂଜାମରେ ୭.୨୫%, କନ୍ଧମାଳରେ ୬.୭୭%, ନୟାଗଡ଼ରେ ୭.୨୫%, ସୋନପୁରରେ ୮.୦୦%, ସୁନ୍ଦରଗଡ଼ରେ ୫.୫୦%,ବରଗଡ଼ରେ ୯.୧୧%, ବୌଧରେ ୭.୯୮%, ଗଂଜାମରେ ୭.୨୫%, ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ହୋଇଛି।