Odisha Link
Bridging the Missing Links in Odisha

ନିର୍ବାଚନୀ ମହାପର୍ବ: ହ୍ବିଲ୍‌ ଚେୟାରରେ ଆସି ନାଗରିକତାର ବାର୍ତ୍ତା ଦେଲେ ମହିଳା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଓଡ଼ିଶାରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ। ସକାଳ ୭ଟା ବାଜିବା କ୍ଷଣି ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ଆଜି ରାଜ୍ୟର ୫ ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆରମ୍ଭ ହୋଇଛି ମତଦାନ। ୭୯,୬୯,୮୮୭ଜଣ ମତଦାତା ସେମାନଙ୍କର ପସନ୍ଦ୍‌ର ନେତା ବାଛିବେ। ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏସବୁ ଭିତରେ ବିଭିନ୍ନ ସ୍ଥାନରେ ମତଦାନକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଗୋଡ଼ ଚଳୁ ନ ଥିବାରୁ ଜଣେ ମହିଳା ନାଗରିକ ହ୍ବିଲ୍‌ ଚେୟାରରେ ଆସି ଭୋଟ ଦେଇଛନ୍ତି।

ସେହିପରି ୧୦ବର୍ଷ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଦିଲୀପ ରାୟ, ମନ୍ତ୍ରୀ ସାରଦା ନାୟକ, ସୁନ୍ଦରଗଡ଼ରୁ ଲଗାତାର ଜିତୁଥିବା ଜୁଏଲ ଓରାମ, ଜିତିବା ଆଶାରେ ଥିବା ଦିଲ୍ଲୀପ ରାୟ, କନ୍ଧମାଳରେ ଅଚ୍ୟୁତ ସାମନ୍ତ, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ, ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ, ଭଞ୍ଜନଗରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୋନପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାନଖେମୁଣ୍ଡିରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ୍ ୯୧୪୮ଟି ବୁଥ୍‌ରୁ ପ୍ରାୟ ୨୦% ବୁଥ୍‌ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥ୍‌ ହୋଇଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬୦% ବୁଥ୍‌ରେ ୱେବ୍‌ ସ୍କ୍ରିନିଂ କରି ପୋଲିଂ ଅଧିକାରୀ ଓ ମତଦାତାଙ୍କ ଉପରେ ନଜର ରଖାଯିବ। ମୋଟ୍ ୧୦୨ କମ୍ପାନି ସିଏପିଏଫ୍ ମୁତୟନ ହୋଇଛନ୍ତି। ଆସନ୍ତାକାଲିର ମତଦାନ ପାଇଁ ସଂସଦୀୟ କ୍ଷେତ୍ର ପାଇଁ ୧୧,୬୧୧ଟି ବାଲାଟ୍ ୟୁନିଟ, ୧୧୬୧୧ଟି କଣ୍ଟ୍ରୋଲ ୟୁନିଟ, ୧୨୭୬୨ଟି ଭିଭିପାଟ୍ କମିସନ୍ ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧୬୩୨ଟି ବାଲାଟ ୟୁନିଟ, ୧୧୬୩୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୨୭୬୮ଟି ଭିଭିପାଟ୍ କମିସନ୍ ହୋଇଛି।

Leave A Reply

Your email address will not be published.