Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ମହାନଦୀ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କଲେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଚାଲିଛି ୨ୟ ପର୍ଯ୍ୟାୟ ମତଦାନ। ଗୋଟିଏ ପଟେ ମତଦାନ ଚାଲିଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ରାଜନୈତିକ ବୟାନବାଜି। ବିଶେଷକରି ବିଜେଡି-ବିଜେପି ନେତା ମୁହାଁମୁହିଁ ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗରେ ବିଜେପି ନେତା ଶାସକ ଦଳ ବିଜେଡିକୁ ସମାଲୋଚନା କରୁଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେଡି ନେତା ମାନେ ମଧ୍ୟ ବିଜେପି ନେତାଙ୍କୁ ସମାଲୋଚନା କରୁଛନ୍ତି।

ଆଜି ବିଜୁ ଜନତା ଦଳର ପୋଷ୍ଟର ବୟ ତଥା ବରିଷ୍ଠ ନେତା ଭି କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଭିଡିଓ ଜାରି କରିଛନ୍ତି ଟାର୍ଗେଟ। ସେ କହିଛନ୍ତି, ମହାନଦୀ ବିବାଦ ସମ୍ପର୍କରେ କେନ୍ଦ୍ରର ବିଜେପି ସରକାର ଆଉ ଛତିଶଗଡ଼ ସରକାର ମିଶିକରି ଓଡ଼ିଶା ବିରୋଧରେ ଲଢେଇ କରିଥିଲେ।କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନ ହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ବିଜେପିର ସରକାର ଷଡ଼ଯନ୍ତ୍ର କରିଥିଲେ।

ଏଥିରେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଥିଲେ। ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁ ଓଡିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଥିଲା। ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଢିଶା ନ୍ଯାୟ ପାଇବ ବୋଲି ପାଣ୍ଡିଆନ କହିଛନ୍ତି। ଓଡ଼ିଶାର ଜୀବନରେଖା ସହିତ ରାଜନୀତି କରିଛି ବିଜେପି। ମହାନଦୀକୁ ଶୁଖାଇ ଚାଷୀଙ୍କୁ ହଇରାଣ କରିବାକୁ ଯୋଜନା କରିଥିଲେ ଓଡ଼ିଶାର ବିଜେପି ନେତା ବୋଲି ସେ କହିଛନ୍ତି।

Leave A Reply

Your email address will not be published.