Odisha Link
Bridging the Missing Links in Odisha

ନର୍ସିଂ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆସନ୍ତା ୨୨ରୁ ଆରମ୍ଭ ହେବ ଆବେଦନ

ଓଏଲ୍‌ ବ୍ୟୁରୋ: ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି) ପକ୍ଷରୁ ଏଏନ୍‌ଏମ୍‌, ଜିଏନ୍‌ଏମ୍‌, ବେସିକ୍ ବିଏସ୍‌ସି ନର୍ସିଂ, ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ, ଏମ୍‌ଏସ୍‌ସି ଓ ପୋଷ୍ଟ ବେସିକ୍ ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ୱେବ୍‌ସାଇଟ୍‌ରେ ଆବେଦନ କରି ପାରିବେ।

ଆସନ୍ତା ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଜୁନ୍ ୧୯ ଆବେଦନର ଶେଷ ତାରିଖ ରହିଛି। ଏଏନ୍‌ଏମ୍ ପାଇଁ ୩ଶହ ଟଙ୍କା ଓ ଜିଏନ୍‌ଏମ୍ ପାଇଁ ୫ଶହ ଟଙ୍କା ଆବେଦନ ଶୁଳ୍କ ରହିଛି। ସେହିପରି ବେସିକ୍ ବିଏସ୍‌ସି ନର୍ସିଂ, ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ, ଏମ୍‌ଏସ୍‌ସି ଓ ପୋଷ୍ଟ ବେସିକ୍ ଡିପ୍ଲୋମା ପାଇଁ ହଜାରେ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଜୁନ୍ ୨୨ ତାରିଖ ମଧ୍ୟରେ ଫି’ ଦାଖଲ କରିପାରିବେ।

Leave A Reply

Your email address will not be published.