Odisha Link
Bridging the Missing Links in Odisha

ସରିଲା ଲିଗ୍‌ ମ୍ୟାଚ୍‌, ବଦଳିଗଲା ଆଇପିଏଲ ଗଣିତ; ଜାଣନ୍ତୁ କେଉଁ ୪ ଟିମ୍‌ କାହା ବିପକ୍ଷରେ ଖେଳିବ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ରୋମାଞ୍ଚଭରା ଇଣ୍ଡିଆନ ପ୍ରମିୟର ଲିଗ୍‌ର ୧୭ ତମ ସଂସ୍କରଣ। ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ପ୍ଲେ ଅଫ୍‌ ମୁକାବିଲା ଉପରେ। ୧୦ଟି ଦଳ ମଧ୍ୟରୁ ୬ଟି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ି ସାରିଥିବା ବେଳେ ଏବେ ଟାଇଟଲ୍‌ ଲଢ଼େଇ ପାଇଁ ୪ଟି ଦଳ ମଧ୍ୟରେ ହେବ ମହାମୁକାବିଲା। ଫାଇନାଲ ମ୍ୟାଚ୍‌ ପୂର୍ବରୁ କ୍ୱାଲିଫାୟର ୧, କ୍ୱାଲିଫାୟର ୨ ଓ ଏଲିମିନେଟର ମୁକାବିଲା ଖେଳାଯିବ। ଆଉ ଶେଷରେ ଦୁଇ ଦଳ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ।

ମେ’ ୨୧ ତାରିଖରେ ଖେଳାଯିବ ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମୁକାବିଲା। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦୁଇ ଦଳ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ସିଧାସଳଖ ଫାଇନାଲ ଟିକେଟ ପାଇବ। ଆଉ ଯେଉଁ ଦଳ ପରାଜିତ ହେବ ସେ ଏଲିମିନେଟର ମୁକାବିଲା ଖେଳାଯିବ। ସେହିପରି ମେ’ ୨୨ ତାରିଖରେ କ୍ୱାଲିଫାୟର ୨ ମୁକାବିଲା ଖେଳାଯିବ। ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁରୁ ମଧ୍ୟରେ ଖେଳାଯିବ । ସେହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଏଲିମିନେଟର ମୁକାବିଲା ଖେଳିବ। ଆଉ ଯେଉଁ ଟିମ୍‌ ହାରିଯିବ ସେ ଟାଇଟଲ ଦୌଡ଼ରୁ ବାଦ ପଡ଼ିବ।

ସେହିପରି ମେ’ ୨୪ ତାରିଖରେ ଏଲିମିନେଟର ମୁକାବିଲା ଖେଳାଯିବ। ଯେଉଁ ଟିମ୍‌ ସେହି ମୁକାବିଲା ଜିତିବ ସେହି ଟିମ୍‌ ମେ’ ୨୬ ତାରିଖରେ ଫାଇନାଲ ମୁକାବିଲା ଖେଳିବ।

Leave A Reply

Your email address will not be published.