ବିଜେଡି ପ୍ରାର୍ଥୀଙ୍କୁ ପୁଲିସ ଉଠାଇନେବା ଘଟଣା: ପ୍ରତିକ୍ରିୟା ରଖିଲେ ସିଇଓ
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ଆଜି ଦେଶର ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିଜ ମନ ପସନ୍ଦର ନେତା ଚୟନ କରୁଛନ୍ତି ମତଦାତା। ଦେଶରେ ଅପରାହ୍ନ ୩ଟା ସୁଦ୍ଧା ୪୭.୫୩ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଲଦାଖରେ ୬୧.୨୬ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଅପରାହ୍ନ ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଓଡ଼ିଶାର ୫ ଲୋକସଭା ଆସନ ଯଥାକ୍ରମେ, ଆସିକାରେ ୪୬.୨୩ ପ୍ରତିଶତ, ବରଗଡ଼ରେ ୫୩.୮୮ ପ୍ରତିଶତ, ବଲାଙ୍ଗୀରରେ ୪୬.୯୬ ପ୍ରତିଶତ, କନ୍ଧମାଳରେ ୪୮.୯୩ ପ୍ରତିଶତ, ସୁନ୍ଦରଗଡ଼ରେ ୪୮.୯୬ ପ୍ରତିଶତ ମତଦାନ ହୋଇଛି।
ଏସବୁ ଭିତରେ ସାରଦା ନାୟକଙ୍କୁ ପୁଲିସ ଉଠାଇନେବା ଘଟଣା ଚର୍ଚା ହେଉଥିଲା। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ। ସାରଦା ନାୟକଙ୍କୁ ପୁଲିସ ହେପାଜତକୁ ନେଇନି। ବୁଥ୍ରେ ଥିବାବେଳେ ବିରୋଧୀ ବିରୋଧ କରିଥିଲେ। ବିରୋଧୀଙ୍କ ବିରୋଧ ଯୋଗୁଁ ତାଙ୍କୁ ରେସ୍କ୍ୟୁ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ କହିଛନ୍ତି।