Odisha Link
Bridging the Missing Links in Odisha

ଓଡ଼ିଶା: କାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍, ବୁଥ୍ ମୁହାଁ ପୋଲିଂ ଅଧିକାରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ବୁଥ୍ ମୁହାଁ ପୋଲିଂ ଅଧିକାରୀ। ଏହା ସହ ଭୁବନେଶ୍ୱର, କଟକ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ନେଇ ପୁଲିଂ ବୁଥ୍ ଅଭିମୁଖେ ଯାଉଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ। ଇଭିଏମକୁ ଯାଞ୍ଜ କରି ନିଜ ନିଜ ବୁଥକୁ ନେଉଛନ୍ତି।

ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ରୁ ଗତକାଲି ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀର କିଛି ବୁଥକୁ ଏମଭିଏମ ଯାଇ ସରିଛି। ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ ଟି ସ୍ଥାନ ରେ ୧୧୩୨ ଟି ପୁଲିଂ ବୁଥ ରହିଛି। ସେହିଭଳି ଇଭିଏମ୍ ନେଇ କଟକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳିର ବୁଥକୁ ଯାଉଛନ୍ତି ନିର୍ବାଚନ କର୍ମଚାରୀ। କଟକ ପାଇଁ ରେଭେନ୍ସାରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି।

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ। ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ଏମାନଙ୍କ ଭିତରେ ଅଛନ୍ତି ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ୬ ଲୋକସଭା ଓ ୪୨ ବିଧାନସଭା କ୍ଷେତ୍ରରେ ହେବ ଭୋଟିଂ। ଲୋକସଭା ପାଇଁ ଲଢୁଛନ୍ତି ମୋଟ ୬୪ଜଣ ପ୍ରାର୍ଥୀ। ସେହିପରି ବିଧାନସଭା ପାଇଁ ୩୮୩ ଜଣ ପ୍ରାର୍ଥୀ ଲଢୁଛନ୍ତି। ୯୪.୪୮ ଲକ୍ଷ ଭୋଟର କରିବେ ମତାଧିକାର ସାବ୍ୟସ୍ଥ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.