Odisha Link
Bridging the Missing Links in Odisha

ଭୋଟ୍ ଦେଲେ ଭି.କେ ପାଣ୍ଡିଆନ, ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ କଲେ ନିବେଦନ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ପୁରୀ, ଭୁବନେଶ୍ବର, କଟକ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଲୋକସଭା ଆସନ ମତଦାନ ସାବ୍ୟସ୍ତ କରିବେ ୯୪.୪୮ ଲକ୍ଷ ଭୋଟର। ସେମାନଙ୍କ ମଧ୍ୟରେ ପୁରୁଷ ୪୮.୩୦ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ଭୋଟର ରହିଛନ୍ତି। ମୋଟ୍ ୧୦,୫୫୧ଟି ବୁଥ୍‌ରେ ମତଦାନ ହେଉଛି।

ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ଭି.କେ ପାଣ୍ଡିଆନ। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେବା ସହ ଗଣତନ୍ତ୍ରର ମହାନ ପର୍ବରେ ସମସ୍ତେ ସାମିଲ ହେବାକୁ ନିବେଵାଦଂ କରିଛନ୍ତି। ୟୁନିଟ୍‌ ୬ ସରକାରୀ ଉଚ୍ଚ ବିଦ୍ୟାଳରେ ଭୋଟ୍ ଦେଲେ। ଭୋଟ ଦେବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଅଧିକ ସଂଖ୍ୟାରେ ଆସି ଭୋଟ୍ ଦିଅନ୍ତୁ। ଗଣତନ୍ତ୍ରର ମହାନ ପର୍ବରେ ସମସ୍ତେ ସାମିଲ ହୁଅନ୍ତୁ। ଅଟୋରେ ମତଦାନ କେନ୍ଦ୍ରକୁ ଆସିବା ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଟୋ ମହାସଂଘ ପୂର୍ବରୁ ଅନୁରୋଧ କରିଥିଲେ। ସ୍କୁଲ ସମୟରେ ଅଟୋ ଓ ସାଇକେଲରେ ଯାଉଥିଲି। ଅଟୋରେ ଆସି ଖୁସି ବ୍ୟକ୍ତ କରିଥିବା ସେ କହିଛନ୍ତି।

Leave A Reply

Your email address will not be published.