Odisha Link
Bridging the Missing Links in Odisha

ମତଦାନ କେନ୍ଦ୍ରକୁ ମୋବାଇଲ୍‌ ମନା, ଭୋଟରଙ୍କୁ ସଚେତନ କରାଇଲେ ସିଇଓ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଛି। ଭୁବନେଶ୍ବରରେ ୬.୬୫%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭%, ସମ୍ବଲପୁରରେ ୭.୦୯% ମତଦାନ ହାର ରେକର୍ଡ ହୋଇଛି।

ମତଦାନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଛି। ସୁରୁଖୁରୁରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟର ଭୋଟ ଦେଉଛନ୍ତି। ମତଦାନ କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ନେବାକୁ ବାରଣ କରାଯାଇଛି। ଏନେଇ ଭୋଟରଙ୍କୁ ସଚେତନ ରହିବାକୁ ସେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଆଜି ରାଜ୍ୟର ୬ ଲୋକସଭା ଆସନ ଯଥା ପୁରୀ, ଭୁବନେଶ୍ବର, କଟକ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଆସନରେ ମତଦାନ ସାବ୍ୟସ୍ତ କରିବେ ୯୪.୪୮ ଲକ୍ଷ ଭୋଟର। ସେମାନଙ୍କ ମଧ୍ୟରେ ପୁରୁଷ ୪୮.୩୦ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ଭୋଟର ରହିଛନ୍ତି। ମୋଟ୍ ୧୦,୫୫୧ଟି ବୁଥ୍‌ରେ ମତଦାନ ହେଉଛି।

Leave A Reply

Your email address will not be published.